ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ, ଭଦ୍ରକରୁ ଅଭିମନ୍ୟୁ ସେଠି ବିଜେପି ପ୍ରାର୍ଥୀ

ବିଜେପି ପ୍ରାର୍ଥୀ ତାଲିକା ଅନୁସାରେ ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ, ଭଦ୍ରକରୁ ଅଭିମନ୍ୟୁ ସେଠି ଦଳର ପ୍ରାର୍ଥୀ ଘୋଷଣା ହୋଇଛନ୍ତି l

ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ ଲଢ଼ିବେ

ବିଜେପି ଆଜି ରାଜ୍ୟର 18 ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି l ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ଏବଂ ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ ନିର୍ବାଚନ ଲଢ଼ିବେ l

କୁକୁର କାମୁଡ଼ାରେ ହରିଣ ମୃତ

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଗୋରାଣ୍ଡି ଯୋଡ଼ି ବିଟର ସାହାରପଡା ପ୍ରଧାନସାହିରୁ ରବିବାର ବନ ବିଭାଗ ଏକ ଅଣ୍ଡିରା ହରିଣର ମୃତଦେହକୁ ଜବତ କରିଛି।

ହରିଣଟି କରଞ୍ଜିଆ ରେଞ୍ଜର ବଡ ଦେଉଳି ଜଙ୍ଗଲରୁ ପାଣି ସନ୍ଧାନ କରି ଗାଁ ଭିତରକୁ ଚାଲି ଆସିଥିବା ବେଳେ ବୁଲା କୁକୁର କାମୁଡ଼ାରେ ହରିଣର ମୃତ୍ୟୁ ଘଟିଛି। ଖବର ପାଇ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ହରିଣକୁ ଜବତ କରିଥିଲେ।

ସହିଦନଗର ଥାନା ଏସଆଇ ସସ୍‌ପେଣ୍ଡ

ଭୁବନେଶ୍ବର ସହିଦନଗର ଥାନାର ଲାଞ୍ଚୁଆ ଏସଆଇ ପ୍ରିୟବ୍ରତ ପ୍ରଧାନଙ୍କୁ ସସ୍‌ପେଣ୍ଡ କଲେ ପୁଲିସ କମିଶନର।

ଗାଡ଼ି ଛାଡ଼ିବାକୁ ୨ ହଜାର ଲାଞ୍ଚ ନେଇ ଗିରଫ ହୋଇଥିଲେ ଏସଆଇ।

କମିଶନରେଟ ପୁଲିସ ହାତରେ କୋଟିପତି ଲୁଟେରା

ବାଲେଶ୍ବର ସୋର ଅଞ୍ଚଳର କୋଟିପତି ଲୁଟେରା ପର୍ଶୁରାମ ଗିରିକୁ ଗିରଫ କରିଛି କମିଶନରେଟ ପୁଲିସ।

ପର୍ଶୁରାମ ଠାରୁ ୨୧ ଲକ୍ଷ ଟଙ୍କା, ୭ କେଜି ରୁପା, ୭୦୦ ଗ୍ରାମ ସୁନା ଜବତ ହୋଇଛି।